ଭଦ୍ରକ, ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଧାମନଗର ଥାନା ଦକ୍ଷିଣବାଡ଼ ଛକ ନିକଟରେ ଆଜି ଏକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି। ଏକ ପଥର ବୋଝେଇ ହାଇୱା ବାଇକ ଆରୋହୀଙ୍କ ଉପରେ ଧକ୍କା ଦେଇ ଚଢିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଧାମନଗର ସଣ୍ଢପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଧାମନଗର ଥାନା ଦକ୍ଷିଣବାଡ଼ ଛକ ନିକଟରେ ବାଇକ ଆରୋହୀକୁ ହାଇୱା ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ତଳେ ପଡିଯାଇଥିବା ବେଳେ ହାଇୱାଟି ତାଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ପୁଲିସ ଆସି ବୁଝାସୁଝା କରିଥିଲା।