ଶ୍ରୀନଗର, ଏଜେନ୍ସି: ଜମ୍ମୁ-କଶ୍ମୀରର ପୁଲଗାଓଁ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ବିଜେପିର ୩ ନେତା ନିହତ ହୋଇଛନ୍ତି। ଏହି ୩ ନେତା ବିଜେପି ଯୁବ ଶାଖାର ଜିଲ୍ଲା ସାଧାରଣ ସମ୍ପାଦକ ଥିଲେ। ସେମାନେ ହେଲେ ଫିଦା ହୁସେନ ୟାତୁ, ଉମର ରସିଦ୍ ବେଗ୍ ଓ ଉମର ରମଜାନ ହାଜମ୍। କୁଲଗାଓଁର ୱାକେପୋରା ଅଞ୍ଚଳରେ ଏହି ଘଟଣା ଘଟିଛି। ଆତଙ୍କୀଙ୍କ ଗୁଳିରେ ଏହି ୩ ଜଣ ଗୁରୁତର ଆହତ ହୋଇ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେମାନଙ୍କର ମୃତ୍ୟୁଘଟିଛି।