ପାକିସ୍ତାନ ସାଂସଦଙ୍କ ବୟାନ ପରେ ରାହୁଲ ଗାନ୍ଧୀଙ୍କୁ ବିଜେପିର ନିନ୍ଦା

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସ ଭାରତୀୟ ସୁରକ୍ଷା ବାହିନୀକୁ ପରିହାସ କରୁଥିବା ନେଇ ଗୁରୁବାର ଦିନ ବିଜେପି ପକ୍ଷରୁ କଂଗ୍ରେସକୁ ନିନ୍ଦା କରାଯାଇଛି। ପାକିସ୍ତାନର ବିରୋଧୀ ଦଳର ନେତା ଏକ ଭିଡିଓରେ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଇସଲାମାବାଦ ଭାରତୀୟ ସେନାର ଆକ୍ରମଣ ଭୟରେ ଛାଡ଼ି ଦେଇଥିବା କହିଥିଲେ।

ସୂଚନା ଅନୁସାରେ ପାକିସ୍ତାନ ମୁସଲିମ ଲିଗ୍-ନବାଜର ନେତା ଅୟାଜ ସାଦିକ ଶାସକ ସରକାରକୁ ଜାତୀୟ ସଭାରେ ଦେଇଥିବା ଭାଷଣର ଏକ ଭିଡିଓକୁ ଜେପି ନଡ୍ଡା ସେୟାର କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେହି ଭିଡିଓରେ ସାଦିକ କହିଛନ୍ତି କି, ବର୍ଦ୍ଧମାନଙ୍କୁ ଜଦି ଛଡ଼ା ନଯିବ, ଭାରତ ରାତି ୯ଟାରେ ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଶୁଣି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସାହା ମହମ୍ମୁଦ କୁରେଶି ଓ ରାଷ୍ଟ୍ର ସେନା ମୁଖ୍ୟ ଜେନେରାଲ ବାଜୱା ଥରିବାକୁ ଲାଗିଥିଲେ। ଏପରିକି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଉଚ୍ଚ ସ୍ତରୀୟ ବୈଠକରେ ଯୋଗ ଦେବାକୁ ମନା କରିଦେଇଥିଲେ।

ତେବେ ଏହି ଭିଡିଓ ବାର୍ତ୍ତାକୁ ନେଇ ବିଜେପି ସଭାପତି ରାହୁଲ ଗାନ୍ଧୀଙ୍କ ଭାରତୀୟ ସେନା ପ୍ରତି ଥିବା ଭାବନାକୁ ନିନ୍ଦା କରିଛନ୍ତି।