ଟିଆରଏଲ କ୍ରୋସାକି ଦ୍ୱାରା ଭିଜିଲାନ୍ସ ସପ୍ତାହ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପହାଡ଼ ସ୍ଥିତ ଟିଆରଏଲ୍ କ୍ରୋସାକି ଲିମିଟେଡ ପକ୍ଷରୁ ଆଜିଠୁ ଭିଜିଲାନ୍ସ ସପ୍ତାହ ପାଳନ କରାଯାଉଛି। ଏହା ଆଗାମୀ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଉଦ୍‌ଘାଟନୀ ଦିବସରେ ସୁରକ୍ଷା ବିଭାଗର ମୁଖ୍ୟ ପ୍ରଫୁଲ୍ଲ କୁମାର ରଥ, ଅଗ୍ନିଶମ ବିଭାଗର ସହକାରୀ ପରିଚାଳକ ଅନୁଜ କୁମାର ସିଂ, ଜନସମ୍ପର୍କ ଏବଂ ସାମାଜିକ ଦାୟିତ୍ୱ ବିଭାଗର ଶଶାଙ୍କ କୁମାର ଦୀକ୍ଷିତ ପ୍ରମୁଖଙ୍କ ସହ ଅନ୍ୟ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ଭିଜିଲାନ୍ସ ଶପଥପାଠ କରି ନିଷ୍ଠାରସହ କାର୍ଯ୍ୟଭାର ତୁଲାଇବା ପାଇଁ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ସୁରକ୍ଷା ଓ ଅଗ୍ନିଶମ ବିଭାଗରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା କିଛି କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି।