ବ୍ରହ୍ମପୁର, ଏନ୍ଏନ୍ଏସ୍: ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମରେ ଆଜି ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଛୁରା ମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଚନ ସ୍ୱାଇଁ ନାମକ ଜଣେ ଅପରାଧୀକୁ ଅନ୍ୟ ଜଣେ ଅପରାଧୀ କଙ୍ଗାରୁ ଭୂୟାଁ ଛୁରୀ ମାଡ କରିଥିଲା। ଗୁରୁତର ଅବସ୍ଥାରେ ବଚନଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ଘଟିଥିବା ଜଣାପଡିଛି । ଅଭିଯୁକ୍ତ କଙ୍ଗାରୁ ଏକ ହତ୍ୟା ମାମଲାର ଅଭିଯୁକ୍ତ ଥିବାବେଳେ ବଚନ ସ୍ୱାଇଁ ମଧ୍ୟ ଜଣେ ପୁରୁଣା ଅପରାଧୀ।