ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଆଜି ୧୬୯୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୬୯୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୯୫୮୨କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୯୮୬ଜଣ କ୍ୱାରେଣ୍ଟାଇନରୁ ଥିବାବାଳେ ୭୦୯ଜଣ ସ୍ଥାନୀୟବ୍ୟକ୍ତି ଚିହ୍ନଟ ହୋଇଛନ୍ତି।

 

ଏନେଇ ରାଜ୍ୟ ସୂଚନା ଓ ଲେକାସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳ ଜିଲ୍ଲାରୁ ଆଜି ୮୩ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୧୨୮, ବରଗଡରୁ ୫୬, ଭଦ୍ରକରୁ ୩୫, ବଲାଙ୍ଗିରରୁ ୬୫, ବୌଦ୍ଧରୁ ୧୧, କଟକରୁ ୧୦୩, ଦେବଗଡରୁ ୧୧, ଢେଙ୍କାନାଳରୁ ୨୩, ଗଜପତିରୁ ୭, ଗଞ୍ଜାମରୁ ୪୫, ଜଗତସିଂହପୁରରୁ ୭୭, ଯାଜପୁରରୁ ୫୭, ଝାରସୁଗୁଡାରୁ ୪୫, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୩୪, କେନ୍ଦ୍ରାପାଡରୁ ୪୨, କେନ୍ଦୁଝରରୁ ୭୩, ଖୋର୍ଦ୍ଧାରୁ ୧୮୩, କୋରାପୁଟରୁ ୪୫, ମାଲକାନଗିରିରୁ ୩୭, ମୟୂରଭଞ୍ଜରୁ ୪୫, ନବରଙ୍ଗପୁରରୁ ୫୧, ନୟାଗଡରୁ ୩୨, ନୂଆପଡାରୁ ୯୨, ପୁରୀରୁ ୫୧, ରାୟଗଡାରୁ ୧୭, ସମ୍ବଲପୁରରୁ ୪୨, ସୋନପୁରରୁ ୨୪, ସୁନ୍ଦରଗଡରୁ ୧୧୦, ଷ୍ଟେଟ ପୁଲରୁ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।