ଯୁବକଙ୍କ ଉପରେ ଚଢ଼ିଗଲା ଟ୍ରକ୍

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଦେଇ ଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏକ ଟ୍ରକ ରାସ୍ତାରେ ଯାଉଥିବା ଏକ ଯୁବକକୁ ଧକ୍କା ଦେଇ ତା ଉପରେ ମାଡ଼ି ଯାଇଛି। ଫଳରେ ଘଟଣାସ୍ଥଳରେ ଯୁବକର ମୃତ୍ୟୁ ହୋଇଥିଲା। ମୃତ ଯୁବକ ଜଣଙ୍କ ହେଉଛନ୍ତି ପାଟଣା ବ୍ଲକ୍ ତୁରୁମୁଙ୍ଗା ପଞ୍ଚାୟତ କଇଣ୍ଡା ଗ୍ରାମର ରତି ରଞ୍ଜନ ବେହେରା। ଘଟଣାସ୍ଥଳରେ ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।