ସଂକ୍ରମିତଙ୍କୁ ସଙ୍ଗରୋଧରେ ରହିବା ପାଇଁ କହିବାରୁ ସରପଞ୍ଚଙ୍କୁ ପିଟିଲେ

ଝାରସୁଗୁଡା,ଏନ୍ଏନ୍ଏସ୍: କୋରନା ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେବାରୁ ଆକ୍ରାନ୍ତ ଓ ତାଙ୍କ ପୁଅମାନେ ମିଶି ସରପଞ୍ଚଙ୍କୁ ମାରିପିଟ କରିଛନ୍ତି। ଏହିପରି ଅଭିଯୋଗ ଆଣିଛନ୍ତି କୋଲାବିରା ଥାନ ସମାସିଂହା ସରପଞ୍ଚ ହେମନ୍ତ କୁମାର ସାହୁ। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପଞ୍ଚାୟତରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇ ବାରମ୍ବାର ଘରୁ ବାହରକୁ ବାହରି କୋଭିଡ ନିୟମ ଉଲଙ୍ଘନ କରୁଥିବାରୁ ସେ କୋଲାବିରା ବିଡିଓଙ୍କ ସହ ବିଚାରବିମର୍ଶ କରି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଇଥିଲେ। ଏହାପରେ ସେ ସେହି ଅଞ୍ଚଳକୁ ରାତିରେ ପରିଦର୍ଶନ ପାଇଁ ଯାଇଥିବା ସମୟରେ କରୋନା ଆକ୍ରାନ୍ତ ଓ ତାଙ୍କ ପୁଅମାନେ ବାହାରେ ବୁଲୁଥିବାର ଦେଖିବାକୁ ପାଇଲେ। ଫଳରେ ସେମାନଙ୍କୁ ଘର ବାହାରେ ବୁଲାବୁଲି ନକରି ଘରେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ଉତ୍ୟକ୍ତ ହୋଇ ଆକ୍ରାନ୍ତ ଓ ତାଙ୍କ ଦୁଇ ପୁଅ ମନିଷ ପଟେଲ, ବିିଶ୍ୱନାଥ ପଟେଲଙ୍କ ସହ ଆଉ କିଛି ବ୍ୟକ୍ତି ମିଶି ତାଙ୍କୁ ମାରପିଟ କରିବାସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ଏହାପରେ ସରପଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାରେ ଲିଖିତ ଅଭିିିଯୋଗ କରିଛନ୍ତି।