ସୁରକ୍ଷା ବାହିନୀ ଦ୍ୱାରା ଚୀନ ସୈନିକ ଗିରଫ, ପଚରାଉଚୁରା ଜାରି

ନୂଆଦିଲ୍ଲୀ,ଏଜେନ୍ସି: ଏଲଏସିରେ ଚୀନ୍ ସହ ଭାରତର ତିକ୍ତତା ଲାଗି ରହିଥିବାବେଳେ ଆଜି ଲଦାଖର ଚୁମାର-ଡେମଚୋକ ଅଞ୍ଚଳରୁ ଜଣେ ଚୀନ୍ ସୈନିକଙ୍କୁ ଗିରଫ କରାଯାଇଛି। ଏହି ଚୀନ୍ ସୈନିକ ଜଣଙ୍କ ଭାରତୀୟ ସୀମାରେ ବୁଲୁଥିବା ସୁରକ୍ଷା ବାହିନୀକୁ ଖବର ମଳିଥିଲା। ପରେ ସୁରକ୍ଷା ବାହିନୀ ଯୋଜନା କରି ଉକ୍ତ ସୈନିକଙ୍କୁ କାବୁ କରିଥିଲେ। ସୁରକ୍ଷା ବାହିନୀ ତାଙ୍କୁ ଭାରତୀୟ ସୀମାକୁ ଆସିବାର କାରଣ ପଚାରିଥିଲେ ହେଁ ସେ କୌଣସି ଉତ୍ତର ଦେଇନାହାନ୍ତି।

ତା’ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ସେ ଚୀନ ସେନାର କର୍ପୋରାଲ୍ ର‍୍ୟାଙ୍କରେ ଅଛନ୍ତି। ତାଙ୍କଠାରୁ ନାଗରିକ ଏବଂ ସାମରିକ ଦଲିଲ ମଧ୍ୟ ଉଦ୍ଧାର କରାଯାଇଥିଲା। ପଚରାଉଚୁରା ବେଳେ ସେ ଶାଙ୍ଗଜି ଅଞ୍ଚଳର ବୋଲି କହିଥିଲେ।