କ୍ଷେପଣାସ୍ତ୍ର ସ୍ୟାଣ୍ଟର ସଫଳ ପରୀକ୍ଷଣ

ବାଲେଶ୍ୱର,ଏନ୍ଏନ୍ଏସ୍: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଉପୁଜିବା ପରଠାରୁ ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ସ୍ୟାଣ୍ଟ ତଥା ସ୍ପାଇକ୍ ଆଣ୍ଟି ଗାଇଡେଡ୍ ମିଶାଇଲର ସଫଳ ପରୀକ୍ଷଣ ହୋଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରୁ ସ୍ୟାଣ୍ଟର ପରୀକ୍ଷଣ କରାଯାଇଥିଲା। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରଟି ଆଜି ଦିନ ୧୧ଟା ୩୦ରୁ ୧୧ଟା ୩୫ ମଧ୍ୟରେ ପରୀକ୍ଷଣ କରାଯାଇଥିଲା। ଏହା ଶତ୍ରୁ ପକ୍ଷର ରାଡାରର ଗତିବିଧିକୁ ଲକ୍ଷ୍ୟ କରି ଅତି ସହଜରେ ଭେଦ କରିପାରିବ। ଏହାର ପ୍ରଥମ ପରୀକ୍ଷା ଫୋଖରାନରେ କରାଯାଇଥିଲା। ଏହାକୁ ଆକାଶ ମାର୍ଗରୁ ହେଲିକପ୍ଟର କିମ୍ବା ଫାଇଟର ଜେଟରୁ ଲକ୍ଷ ଭେଦ କରାଯାଇ ପାରିବ।

କ୍ଷେପଣାସ୍ତ୍ର ସ୍ୟାଣ୍ଟ ନିକଟରେ ଶତ୍ରୁ ପକ୍ଷର ଟ୍ୟାଙ୍କ ଧ୍ୱଂସ କରିବା କ୍ଷମତା ରହିଛି। କ୍ଷେପଣାସ୍ତ୍ର ସ୍ୟାଣ୍ଟର ଲକ୍ଷ୍ୟଭେଦ କ୍ଷମତା ୨୦ କିଲୋମିଟର। ଏହାକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଓ ଭାରତୀୟ ବାୟୁସେନା ମିଳିତ ଭାବେ ତିଆରି କରିଛନ୍ତି।