କରୋନାରେ ଆଇପିଏସ୍ ଅଧିକାରୀ ବିନୋଦ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ, ଏଜେନ୍ସି: କରୋରେ ବଳି ପଡିଲେ ଆଉଜଣେ କରୋନା ଯୋଦ୍ଧା। ବିହାରର ବରିଷ୍ଠ ଆଇପିଏସ ଅଧିକାରୀ ବିନୋଦ କୁମାର କରୋନାରେ ପ୍ରାଣ ହରାଇଛନ୍ତି।  ବିହାର କ୍ୟାଡର ଆଇପିଏସ ଅଧିକାରୀ ଓ ପୁର୍ଣିଆ ରେଞ୍ଜ ଆଇଜି ବିନୋଦ କୁମାର କରୋନାରେ ସଂକ୍ରମିତ ହେବାପରେ ଗତ ୪ ଦିନ ହେଲା ପାଟନା ଏମ୍ସରେ ଭର୍ତ୍ତି ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଏମ୍ସ ଅଧିକ୍ଷକ ଡ.ସି.ଏମ ସିଂହ ଦେଇଛନ୍ତି। ଏହାପୂର୍ବରୁ କରୋନାରେ ନୀତିଶ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ କପିଳ ଦେବ କାମତଙ୍କ ଦେହାନ୍ତ ହୋଇଥିଲା। ସେ କରୋନାରେ ପୀଡିତ ଥିଲେ।