ନୂଆଦିଲ୍ଲୀ,ଏଜେନ୍ସି: କରୋନା କଟକଣା ମଧ୍ୟରେ ଆଜିଠୁ ଦେଶରେ କିଛି ସିନେମା ହଲ୍ ଖୋଲୁଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁସାରେ ଆଜିଠୁ ସିନେମା ହଲ୍, ମନୋରଞ୍ଜନ ପାର୍କ, ସୁଇମିଂ ପୁଲ୍ ଖୋଲିବ। ଦେଶର ୧୦ଟି ରାଜ୍ୟ ଏବଂ ୪ଟି ୟୁନିଅନର ମଲ୍ଟିପ୍ଲେକ୍ସ ଖୋଲୁଛି । ୪୮୭ଟି ପରଦାରେ ଫିଲ୍ମ ଦେଖିପାରିବେ ଦର୍ଶକ । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହଲଗୁଡ଼ିକ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। ସିନେମା ହଲରେ ୫୦ ପ୍ରତିଶତ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ହଲ୍ ମଧ୍ୟକୁ ପ୍ୟାକେଟ୍ ଖାଦ୍ୟ ନେବାକୁ ଅନୁମତି ଦିଆଯାଇଛି । ଅନ୍ୟପକ୍ଷରେ ଓଡିଶାରେ ସିନେମା ହଲ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇନାହିଁ। ଏହାସହ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବିଚାର ବିମର୍ଶ ଚାଲିଛି।