ବଲିଉଡକୁ ‘ମଇଳା’ ଓ ‘ଡ୍ରଗିସ୍’ କହିଥିବାରୁ ୨ଟି ନ୍ୟୁଜ ଚ୍ୟାନେଲ ନାଁରେ ମୋକଦ୍ଦମା ରୁଜୁ

ନୂଆଦିଲ୍ଲୀ,ଏଜେନ୍ସି: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସମୟରେ ସମ୍ପୂର୍ଣ୍ଣ ବଲିଉଡ ଇଣ୍ଡଷ୍ଟ୍ରିକୁ ଅପରାଧ କହିବା ଓ ଆକ୍ଟରମାନଙ୍କୁ ସମାଲୋଚନା କରିବା ଘଟଣାକୁ ନେଇ ଆଜି ବଲିଉଡର ଫିଲ୍ମ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ମାମଲା ରୁଜୁ ହୋଇଛି। ଏନେଇ ୨ଟି ନ୍ୟୁଜ ଚ୍ୟାନେଲ ନାଁରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହି ୨ଟି ନ୍ୟୁଜ ଚ୍ୟାନେଲ ହେଉଛି ରିପବ୍ଲିକ ଟିଭି ଓ ଟାଇମ୍ସ ନାଓ।

୪ଟି ଫିଲ୍ମ ଇଣ୍ଡଷ୍ଟ୍ରି ଓ ୩୪ଜଣ ବଲିଉଡ ନିର୍ଦ୍ଦେଶକ ଏନେଇ ମାମଲା ରୁଜୁ କରିଛନ୍ତି। ତେବେ ମାମଲା ରୁଜୁ ହୋଇଥିବା ଏଥିସହିତ ଉକ୍ତ ନ୍ୟୁଜ ଚ୍ୟାନେଲର ସମ୍ପାଦକ ଓ ସାମ୍ବାଦିକ ମାନେ ମଧ୍ୟ ବଲିଉଡ ବିରୋଧରେ ଅପମାନ ଜନକ ମନ୍ତବ୍ୟ ପ୍ରକାଶ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ମକୋଦ୍ଦମାରେ ଦର୍ଶାଇଯାଇଛି ଯେ ଏହି ନ୍ୟୁଜ ଚ୍ୟାନେଲରେ ବଲିଉଡ ଇଣ୍ଡଷ୍ଟିକୁ ମଇଳା, ସ୍କାମ ଓ ଡ୍ରଗିସ କହି ବଦନାମ କରିଛନ୍ତି।