ମୁଖମଣ୍ଡଳରେ ବାର୍ଦ୍ଧକ୍ୟର ଛାପ ଦିଶିଲେ ଅଧା ସୌନ୍ଦର୍ଯ୍ୟ ସେଇଟି କମିଯାଏ। ଏପରି ପରିସ୍ଥିତିରେ ଅଧିକାଂଶ ଲୋକ ସଂକୋଚ ଅନୁୁଭବ କରିଥାନ୍ତି। ଆପଣଙ୍କ ଚର୍ମର ରଙ୍ଗ ଯାହା ହେଉ ପଛେ ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆପଣ କେତେ ଆକର୍ଷଣୀୟ ଭାବେ ନିଜକୁ ଉପସ୍ଥାପିତ କରୁଛନ୍ତି ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ସବୁ ଦିଗକୁ ଧ୍ୟାନ ଦେଲେ ଆପଣ ବି ଦିଶିବେ ଚୀର ସବୁଜ!

ଡାକ୍ତରଙ୍କଠାରୁ ଆରମ୍ଭ କରି ଯୋଗ ଗୁରୁ, ସେଲିବ୍ରେଟି ଏବଂ ସବୁ ଧରଣର ବିୟୁଟିସିଆନମାନେ ମତ ଦିଅନ୍ତିି ଯେ ପାଣି ପିଇବା ଉତ୍ତମ ତ୍ୱଚା ପାଇଁ ସବୁଠାରୁ ଅଧିକ ଜରୁରୀ। ଯିଏ ତେତେ ପରିମାଣରେ ପାଣି ପିଅନ୍ତି ତାଙ୍କ ତ୍ୱଚା ସେତେ ଚିକ୍କଣ ଦିଶେ। ବ୍ରଣ ସମସ୍ୟା ମଧ୍ୟ ପାଖ ପଶେ ନାହିଁ। ଫଳ, ପରିବା, ଦୁଗ୍ଧ ଜାତୀୟ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ଫଳରେ ତ୍ୱଚା ତେଲିଆ ଦିଶେ। ଦୂରରୁ ମଧ୍ୟ ଆପଣଙ୍କ ଚେହେରା ଚକମକ କରିବ। ପାରୁଛନ୍ତି ଯଦି କଲରା, ଲାଉ ଏବଂ ଗାଜର ରସ ପିଅନ୍ତୁ। ଚା, କଫି କିମ୍ବା ଫାଷ୍ଟଫୁଡ ଠାରୁ ନିଜକୁ ଦୂରେଇ ରଖନ୍ତୁ।
