ମୁମ୍ବାଇ,ଏଜେନ୍ସି: ଆଜି ମୁମ୍ବାଇ ପୁଲିସ ପକ୍ଷରୁ ଟିଆରପି ହେରଫେର ପାଇଁ ରିପବ୍ଲିକ ଟିଭି ସମେତ ୩ଟି ଚ୍ୟାନେଲର ଯାଞ୍ଚ କରାଯାଉଛି। ଏନେଇ ମୁମ୍ବାଇ ପୁଲିସ କମିସନର ପରମବିର ସିଂ ସୂଚନା ଦେଇଛନ୍ତି। ଏହି ମାମଲାରେ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କ ସୂଚନା ଆଧାରରେ ଅତିଶିଘ୍ର ରିପବ୍ଲିକ ଟିଭିକୁ ସମନ କରାଯିବ। ଏଥିସହିତ ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟ ଯାଞ୍ଚ କରାଯିବ। ଏପରିକି ନକଲି ଟିଆରପିରୁ ଯେଉଁ ବିଜ୍ଞାପନ ଆସିଥିବ ତାକୁ ମଧ୍ୟ ଅପରାଧର ଅଂଶ ବୋଲି କୁହାଯିବ ବୋଲି ସିଂ ସୂଚନା ଦେଇଛନ୍ତି।
ଧ୍ୟାନ ଦେବାକୁ ହେବ ଯେ, ବିଏଆରସି ଏଜେନ୍ସି ଟିଆରପି ମାପିବାର କମ କରେ। ତେବେ ବିଏଆରସି ଏହି କାମ ହଁସା ନାମକ ଏକ କମ୍ପାନୀକୁ ଦେଇଥିଲା। ମୁମ୍ବାଇରେ ପାଖା ପାଖି ୨୦୦୦ ବାରୋମିଟର ଲଗାଯାଇଛି। ବିଏଆରସିର ସୂଚନା ଅନୁସାରେ ହଁସାର କିଛି ପୂରାତନ କର୍ମଚାରୀ ଏହି ଚ୍ୟାନେଲରୁ ଟଙ୍କା ନେଇ ଟିଆରପିକୁ ବଢ଼ାଇଛନ୍ତି। ଏହି ଘଟଣାରେ ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କ ନିକଟରୁ ୨୦ ଲକ୍ଷ ଟଙ୍କା ଜବତ କରାଯାଇଛି। ସେହିପରି ବର୍ତ୍ତମାନ ତଦନ୍ତ ଜାରି ରହିଛି। ସେହିପରି ଅନ୍ୟ ଚ୍ୟାନେଲ ଗୁଡ଼ିକ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।