Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କେଶ ଝଡୁଥିଲେ ଆପଣାନ୍ତୁ ଏହି ଉପାୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କେଶ ଝଡୁଥିଲେ ଆପଣାନ୍ତୁ ଏହି ଉପାୟ

ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ ଘନ କେଶ। ଯୁବତୀ ଓ ମହିଳାଙ୍କର ମୁଖ୍ୟ ସମସ୍ୟା ହେଉଛି କେଶ ଅଧିକ ପରିମାଣରେ ଝଡ଼ିବା। ବିଶେଷଜ୍ଞଙ୍କ ପରାମର୍ଶରେ ଦୈନିକ ଯୋଗ, ପ୍ରାଣାୟମ ସହ ପୋଷକତତ୍ତ୍ବ ଭରପୂର ଭୋଜନ କଲେ କେଶ ସମସ୍ୟା ଦୂର ହୋଇଥାଏ। ଚିନ୍ତା ବଢ଼ିଲେ ମଧ୍ୟ କେଶ ଝଡ଼ା ହେଉଥିବାର ଜଣାପଡ଼ିଛି।

ତେବେ ଆସନ୍ତୁ ଜାଣିବା କେଉଁକେଉଁ କାରଣରୁ କେଶ ଝଡିଥାଏ

– ଅଧିକ ସମୟ ଶୀତ ତାପନିୟନ୍ତ୍ରିତ କକ୍ଷରେ ବସନ୍ତୁ ନାହିଁ। ଏୟାର କଣ୍ଡିସନର କାରଣରୁ କେଶ ମୂଳ ଦୁର୍ବଳ ହୋଇ ଝଡ଼ିବା ବୃଦ୍ଧି ପାଏ। କେବଳ ତ୍ବଚା ନୁହେଁ, ବରଂ କେଶ ମଧ୍ୟ ମଏଶ୍ଚରାଇଜର୍ ଆବଶ୍ୟକ କରେ। କାର୍ୟ୍ୟାଳୟରେ ଯଦି ଏସି ଲାଗିଥିବା କକ୍ଷରେ ଅଧିକ ସମୟ ବସିବାକୁ ପଡ଼ୁଛି, ତେବେ ନିୟମିତ ଭାବେ କେଶରେ ତେଲ ଲଗାଇବାର ଅଭ୍ୟାସ କରନ୍ତୁ।

– ୨୦୧୭ର ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଶୀତ ତାପନିୟନ୍ତ୍ରିତ କକ୍ଷରେ ଅଧିକ ସମୟ ରହିଲେ ହିଁ କେଶ ଝଡ଼ା ବଢ଼ିଥାଏ। ଚେନ୍ନଇର ଏକ କମ୍ପାନୀରେ କାର୍ଯ୍ୟରତ ଅଧିକାଂଶ ବ୍ୟକ୍ତିଙ୍କର କେଶ ଝଡ଼ା, ମୁଣ୍ଡବିନ୍ଧା ସମସ୍ୟା ଉପୁଜିଥିଲା। କମ୍ପାନୀ ମୁଖ୍ୟ ଏହା ପଛର କାରଣ ଜାଣିବାକୁ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଲେ। ଦେଢ଼ ସପ୍ତାହ ଅନୁଧ୍ୟାନ ପରେ ତଥ୍ୟ ସାମ୍ନାକୁ ଆସିଲା। ଏସିର ତାପମାତ୍ରା କମ୍ ରଖି କର୍ମଚାରୀମାନେ ୭-୮ଘଣ୍ଟା କାମ କରୁଥିଲେ। ଉଭୟ ମହିଳା ଓ ପୁରୁଷଙ୍କଠାରେ କେଶଝଡ଼ା, ମୁଣ୍ଡବିନ୍ଧା ସମସ୍ୟା ବଢ଼ିଥିଲା। ବିଶେଷଜ୍ଞ ପରାମର୍ଶ ଦେଇଥିଲେ ଏସିର ତାପମାତ୍ରା ୨୫-୨୭ ମଧ୍ୟରେ କାମ କରିବା ଉଚିତ।

– ଏସି କକ୍ଷରେ ଅଧିକ ସମୟ ରହୁଥିଲେ, କେଶରେ ନିୟମିତ ଘରେ ତିଆରି ପ୍ୟାକ୍ ଲଗାନ୍ତୁ। ସେହି ପ୍ୟାକ୍‌ରେ ନଡ଼ିଆ ତେଲ ଓ ସୋରିଷ ତେଲ ମିଶାଇବା ନିତାନ୍ତ ଆବଶ୍ୟକ।

– ଏହା ସହ ଏସିର ପ୍ରଭାବରୁ ନିଜ କେଶକୁ ରକ୍ଷା କରିବା ପାଇଁ ଦୈନିକ ମେଥି ବତୁରା ପାଣି ପିଇଲେ ଲାଭମିଳେ।