ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତନଙ୍କୁ ଫୋନ୍ ଯୋଗେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୋଦୀ ଉଭୟ ଦେଶ ମଧ୍ୟରେ ବିଶେଷ ରଣନୀତିକ ବୁଝାମଣାକୁ ବିକଶିତ କରିବା ପାଇଁ ପୁତିନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ପୁତିନଙ୍କ ସହ ଫୋନ୍ ଯୋଗେ କଥା ହୋଇଥିବା ନେଇ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ ବୟାନ ଜାରି କରି ଏସମ୍ପର୍କରେ ସୂଚନା ଦେବାସହ କୋଭିଡ -୧୯ ସମ୍ପର୍କିତ ସମସ୍ୟା ସମ୍ବନ୍ଧରେ ଆଗାମୀ ଦିନରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ଏଥିସହିତ କରୋନା ସ୍ଥିତି ସାମନ୍ୟ ହେଲେ ପୁତିନଙ୍କୁ ଭାରତ ଆସିବା ପାଇଁ ମୋଦୀ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି।