୨୦୩୦ ସୁଦ୍ଧା ଭାରତ ହେବ ସର୍ବବୃହତ ଏଲପିଜି ବଜାର

ନୂଆଦିଲ୍ଲୀ,ଏଜେନ୍ସି: ୨୦୩୦ ସୁଦ୍ଧା ଭାରତ ବିଶ୍ୱର ସର୍ବବୃହତ ଏଲପିଜି ବଜାର ଭାବେ ପ୍ରତିଷ୍ଠାଲାଭ କରିବା ସହିତ ଏ କ୍ଷେତ୍ରରେ ଚୀନକୁ ଟପିଯିବ ବୋଲି ବିଶ୍ୱର ପ୍ରତିଷ୍ଠିତ ଶକ୍ତି କମ୍ପାନୀ ଉଡ ମାକେଞ୍ଜି ପକ୍ଷରୁ କୁହାଯାଇଛି। ସାଂପ୍ରତିକ ସ୍ଥିତିରେ ଭାରତରେ ଘରୋଇସ୍ତରରେ ଏଲପିଜି ଚାହିଦା ଯେଭଳି ଭାବେ ବୃଦ୍ଧି ପାଉଛି ତଦ୍ୱାରା ଆଗାମୀ ଦିନରେ ଏହାର ବାର୍ଷିକ ହାରାହାରି ଅଭିବୃଦ୍ଧି ହାର ୩.୩ ପ୍ରତିଶତ ରହିବା ସହିତ ୨୦୩୦ ସୁଦ୍ଧା ଭାରତରେ ୩୪ ନିୟୁତ ଟନ୍ ଏଲପିଜିର ଆବଶ୍ୟକତା ପଡ଼ିବ। ବିଶେଷକରି ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ଆୟରେ ପରିବର୍ତ୍ତନ ସହିତ ସହାରାଞ୍ଚଳ ବାସିନ୍ଦାଙ୍କ ସଂଖ୍ୟାରେ ବୃଦ୍ଧିକୁ ନେଇ ଏହି ସ୍ଥିତି ଦେଖାଯିବ ବୋଲି ଉଡ୍ ମାକେଞ୍ଜି ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟରେ କୁହାଯାଇଛି। ଏହାବ୍ୟତୀତ ଭାରତରେ କମ୍ ଆୟବର୍ଗକାରୀଙ୍କ ପାଇଁ ସୁଲଭ ମୂଲ୍ୟରେ ଏଲ୍ପିଜି ବ୍ୟବସ୍ଥା କରାଯାଇଥିବାରୁ ଆଗାମୀ ଦିନରେ ଏଥିପାଇଁ ଅଧିକରୁ ଅଧିକ ଚାହିଦା ରହିବ ବୋଲି କୁହାଯାଇଛି। ବର୍ତ୍ତମାନ ଜାତୀୟସ୍ତରରେ ଏଲ୍ପିଜି ଯୋଗାଣ ବ୍ୟବସ୍ଥା ୯୮ ପ୍ରତିଶତ ରହିଥିବା ବେଳେ୨୦୧୪ ପରେ ଏଥିରେ ୪୨ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା କୁହାଯାଇଛି।