କୋଇଲା ଘୋଟାଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିବା ଦିଲ୍ଲୀପ ରାୟଙ୍କୁ କୋଇଲା ଘୋଟାଲାରେ ଦିଲ୍ଲୀର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛି। ଏହି ଘଟଣା ୧୯୯୯ ମସିହାରେ ଝାଡଖଣ୍ଡରେ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ କଥିତ ଅନିୟମିତତା ସହ ଜଡ଼ିତ। କୋଇଲା ଦୁର୍ନୀତିରେ ଜଣେ କେନ୍ଦ୍ରମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବାର ଏହା ହେଉଛି ପ୍ରଥମ ଘଟଣା। ଅକ୍ଟୋବର ୧୪ ତାରିଖରେ ଦଣ୍ଡ ବିଧାନ କରାଯିବ ବୋଲି ସୂଚନା ମିଳିଛି।

ଏହାପୂର୍ବରୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦୧୭ ଏପ୍ରିଲରେ ଦିଲ୍ଲୀପ ରାୟଙ୍କ ବ୍ୟତୀତ କୋଇଲା ମନ୍ତ୍ରଣାଳୟରେ ଥିବା ୨ଜଣ ବରିଷ୍ଠ ଅଧିକାରୀ, କେଷ୍ଟ୍ରୋନ ଟେକ୍ନୋଲୋଜୀ ଲିମିଟେଡ ଓ ତା’ର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ବିଶ୍ୱାସ ହନନ ଓ ଅନ୍ୟାନ୍ୟ ଆରୋପ ଲଗାଯାଇଥିଲା। ସେହି ସମୟରେ ଆରୋପୀଙ୍କ ବିରୋଧରେ ମାମଲା ଆରମ୍ଭ କରିବା ପାଇଁ ଯଥେଷ୍ଟ ପ୍ରମାଣ ନଥିବା କୋର୍ଟ ପକ୍ଷରୁ କୁହାଯାଇଥିଲା।

ଦିଲ୍ଲୀପ ରାୟ ବାଜପେୟୀ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବାବେଳେ ପ୍ରଦୀପ ବାନାର୍ଜୀ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଓ ପରିଯୋଜନା ପରାମର୍ଶଦାତା ଥିଲେ। ସେତେବେଳେ ଅଭିଯୁକ୍ତମାନେ ନିଜକୁ ନିର୍ଦ୍ଦୋଶ ଦର୍ଶାଇ ମୁକଦ୍ଦମା ଆରମ୍ଭ କରିବାକୁ ଆଦେବନ କରିଥିଲେ ଆଉ ଏହାପରେ ଆରୋପ ସ୍ଥିର କରାଯାଇଥିଲା।