ଆପ୍ ସାଂସଦ ସଞ୍ଜୟ ସିଂଙ୍କ ଉପରକୁ କାଳିମାଡ଼

ମୁମ୍ବାଇ, ଏଜେନ୍ସି: ହାଥରସ୍ ପୀଡ଼ିତାଙ୍କ ପରିବାରକୁ ସୋମବାର ଭେଟିବାକୁ ଯାଇଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂ ଏବଂ ବିଧାୟିକା ରାକ୍ଷୀ ବିଡଲାନଙ୍କ ଉପରେ ଜଣେ ବ୍ୟକ୍ତି କାଳିମାଡ଼ କରିଛନ୍ତି। ଏହି ଘଟଣା ପୀଡ଼ିତାଙ୍କ ଗ୍ରାମ ବାହାରେ ଘଟିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁବକଙ୍କ ନାମ ଦୀପକ ଶର୍ମା ଏବଂ ସେ ଜଣେ ହିନ୍ଦୁବାଦୀ ସଂଗଠନର ସଭ୍ୟ ବୋଲି ଜଣାପଡ଼ିଛି। ଶ୍ରୀ ସିଂ ପୀଡ଼ିତାଙ୍କ ପରିବାର ସହ ଭେଟି ସାରିବା ପରେ ମିଡ଼ିଆ କର୍ମୀଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ତାଙ୍କ ଉପରକୁ କାଳିମାଡ଼ ହୋଇଥିବା ଭିଡ଼ିଓ ଫୁଟେଜରେ କଏଦ ହୋଇଥିଲା। ଯୁବକ ଜଣକ କାଳି ଫିଙ୍ଗିବା ପରେ ନାରା ମଧ୍ୟ ଲଗାଇଥିଲା। ସୂଚନାଯୋଗ୍ୟ, ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂ ଏବଂ ବିଧାୟିକା ରାକ୍ଷୀ ବିଡଲାନଙ୍କ ପାଞ୍ଚଜଣିଆ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଆସିଥିଲେ।