ମୁନିଗୁଡା/ଚନ୍ଦ୍ରପୁରୁ,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅଞ୍ଚଳରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଆଜି ମୁନିଗୁଡା ଵ୍ଲକ୍ ଧୋଵାଗୁଡି ଛକ ଠାରେ ଟ୍ରକ ଗାଡି ନମ୍ବର (ସିଜି-୦୪ଏମଡ଼ି-୯୦୩୬) ଥିବାବେଳେ ଟ୍ରକରେ ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ସହିତ କୁଣ୍ଡା ବସ୍ତା ଲୋଡ କରି ରାୟପୁରୁ ଅଭିମୁଖେ ଯାଉଥିଲା। ନୂତନ ଭାବେ ଯୋଗଦେଇଥିବା ଦକ୍ଷ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ, ଆସିଲା ଦିନୁ ଜାଲ ଵିଛାଇ ଥିଲେ। ଆଜି ସକାଳୁ ଏହି କୁଣ୍ଡା ଵୋଝେଇ ଟ୍ରକରେ ଗଞ୍ଜେଇ ଆସୁଥିବା କୌଣସି ସୂତ୍ରରୁ ଖବର ପାଇ ଏସଡିପିଓ ଶ୍ରୀ ସାହୁ ଏବଂ ପୁଲିସ ଟିମ୍ ସହ ଯାଇ କୁଟ୍ରାଗଡ ନିକଟ ଧୋବାଗୁଡି ଛକରେ ଏହି ଟ୍ରକକୁ ଧରି ଥାନାକୁ ଆଣିଥିଲେ।
ଗଞ୍ଜେଇ ମାଫିଆ ସହ ୫ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରି କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଏସଡିପିଓ ଶ୍ରୀ ସାହୁ ଯୋଗଦେବା ପରେ ଏସପିଙ୍କ ନିର୍ଦ୍ଦେଶରେ ନିଜର ଅଭିଜ୍ଞତାରୁ ଦୀର୍ଘ ୩ ମାସ ପୂର୍ବରୁ ଚନ୍ଦ୍ରପୁରୁ ବ୍ଲକରେ ହୋଇଥିବା ମର୍ଡର କେସର ପର୍ଦ୍ଦାଫାସ କରି ସାଧାରଣରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଖୁବ୍ଶୀଘ୍ର ଶ୍ରୀ ସାହୁ ଏହି ଗଞ୍ଜେଇ ଚାଲାଣ, ଅନେକ ଦୁର୍ନୀତିକୁ ରୋକିପାରିବେ ବୋଲି କହିଛନ୍ତି।