ଭଦ୍ରକ, ଘଣ୍ଟେଶ୍ୱର ,ଏନ୍ଏନ୍ଏସ୍ : ଗୋଟିଏ ମାଛର ଦାମ ୧ଲକ୍ଷ ୭୬ ହଜାର ଟଙ୍କା । ବିଶ୍ୱାସ ନହେଲେ ବି କଥାଟି ସତ୍ୟ । ଚାନ୍ଦବାଲି ବ୍ଲକ ଚନ୍ଦିନୀପାଳ ଅଞ୍ଚଳର ସମୁଦ୍ରରୁ ଏହି ମାଛଟି ଧରାପଡ଼ିଥିଲା । ୨୨ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ମାସର ନାମ ତେଲିଆ ମାଛ । ଯାହା କିଲୋଗ୍ରାମ ପ୍ରତି ୮ହଜାର ଟଙ୍କାରେ ବିକ୍ରି ହୋଇଛି । ଖବର ନେବାରୁ ଜଣାପଡ଼ିଛଇ ଯେ, ତାଳଚୁଆ ଅଞ୍ଚଳର କେତେକ ଧୀବର ଗଭୀର ସମୁଦ୍ରରୁ ଏହି ମାଛ ଧରିଥିଲେ । କିନ୍ତୁ ବିକ୍ରି ପାଇଁ ସ୍ଥାନୀୟ ଅଞ୍ଚଳର କୌଣସି ଗ୍ରାହକ ଜୁଟି ନଥିଲେ । ଏମିତି କି କରୋନା ପାଇଁ ଧୀବରମାନେ ବୃହତ ମାଛକୁ କୋଲକାତା ନେଇପାରି ନଥିଲେ, ଯାହାକୁ ବମ୍ବେର ଏମ୍ ମେସିନ କମ୍ପାନୀ କଣିଥିବା ଜଣାପଡ଼ିଛି ।
ନନ୍ଦମଣ୍ଡଳ ନାମକ ଜଣେ କଣ୍ଟା ମାଲିକଙ୍କ କଣ୍ଟାରେ ଏହାର ନିଲାମ ହୋଇଥିବା ଜଣାଯାଇଛି । ପୂର୍ବରୁ ଏହିଭଳି ମାଛ ମଧ୍ୟ ଧରା ଯାଇଛି । କେଜି ପ୍ରତି ୬ହଜାର ଟଙ୍କାରେ ବିକ୍ରି କରାଯାଇଥିଲା । ସେତେବେଳେ ୩ ଟି ମାଛର ଓଜନ ଥିଲା ୨୮ କେଜି । ହେଲେ ଆଜି ଧରା ଯାଇଥିବା ଗୋଟିଏ ମାଛର ଓଜନ ୨୨ କେଜି ହୋଇଥିବାରୁ ଏହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଥିଲା । ମାଛଟିର ଔଷଧିୟ ଗୁଣ ଥିବାରୁ ଏହାକୁ ବିଭିନ୍ନ ପ୍ରକାର ଔଷଧ ତିଆରି ପାଇଁ କମ୍ପାନୀ କ୍ରୟ କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।