ଝାରସୁଗୁଡା,ଏନ୍ଏନ୍ଏସ୍: ଦେଶୀ ବନ୍ଧୁକ ଧରି ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ବ୍ରଜରାଜନଗର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ବ୍ରଜରାଜନଗର ଅଞ୍ଚଳ ଆମଦର ଗ୍ରାମର ଦୁର୍ଗା ଖଡିଆଙ୍କ ପୁଅ ଗୌତମ ଖଡ଼ିଆ(୪୦) ବୋଲି ପୁଲିିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗତ ଗୁରୁବାର ଏଏସ୍ଆଇ ପି ଚନ୍ଦ୍ର ଦଳେଇ ଓ ପୁଲିସ ଦଳ ପାଟ୍ରୋଲିଂ କରୁଥିବା ସମୟରେ ଅଭିଯୁକ୍ତ ଜଣଙ୍କ ଚୁଆକାନି ଅଞ୍ଚଳରେ ଏକ ବନ୍ଧୁକ ଧରି ବୁଲୁଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତା’ଠାରୁ ଏକ ସିଙ୍ଗିଲ ବ୍ୟାରେଲ ଦେଶୀ ବନ୍ଧୁକ ଜବତ କରିଥିଲେ। ଏହାସହ ଧାରା ୨୫ ଆର୍ମ ଆକ୍ଟରେ କେସ୍ ନମ୍ବର-୧୮୪ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ।