ପୁଲିସ ହେପାଜତରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ରାହୁଲ ଗାନ୍ଧୀଙ୍କୁ ପୁଲିସ ହେପାଜତକୁ ନେଇଛି। ରାହୁଲଙ୍କୁ ପୁଲିସ ନିଜ ଗାଡ଼ିରେ ନେଇକିଯାଇଛି। ରାହୁଲଙ୍କ ସହ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଅଛନ୍ତି। ହେପାଜତକୁ ନେବା ପୂର୍ବରୁ ପୁଲିସ ଓ ରାହୁଲଙ୍କ ମଧ୍ୟରେ ଧସ୍ତାଧସ୍ତି ଓ କଟା କଟାକଟି ହୋଇଥିଲା।

ରାହୁଲ ଗାନ୍ଧୀ ପୁଲିସ କର୍ମଚାରୀଙ୍କୁ ପଚାରିଥିଲେ ଯେ, କେଉଁ ଧାରାରେ ମୋତେ ଗିରଫ କରାଯାଉଛି। ଏକାକି ଯିବା ୧୪୪ ଧାରାର ଉଲ୍ଲଂଘନ କେମିତି ହେଲା? ରାହୁଲଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଧାରା ୧୮୮ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେଠାରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ କହିଛନ୍ତି।