ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନାମରେ କିଛି ଦୁର୍ବୃତ୍ତ ଠକେଇ ଉଦ୍ୟମ କରୁଥିବା ଜଣାଯାଇଛି। ଏନେଇ ଜିଲ୍ଲାପାଳ ଏକ ଟୁଇଟ କରିବା ସହ ଜନସାଧାରଣଙ୍କୁ ସଚେତନ କରିଛନ୍ତି। ସେ ଟୁଇଟ କରି, ତାଙ୍କ ନାମରେ ଆମାଜନ୍ ଗିଫ୍ଟ କାର୍ଡ଼ ପାଇଁ କୌଣସି ମେଲ୍ ଗଲେ ଏହାକୁ ଗ୍ରହଣ ନକରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହା ଫେକ୍ ବୋଲି ଜିଲ୍ଲାପାଳ ଟ୍ୟୁଟରେ ଉଲ୍ଲେଖ କରିବା ସହ ଏହା ଏକ ପ୍ରକାର ସ୍କାମ ବୋଲି ଉଲ୍ଲେଖ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାପାଳଙ୍କ ନାମରେ ଏକ ମେଲରୁ ବିଭିନ୍ନ ଲୋକଙ୍କୁ ଆମଜନ ଗିଫ୍ଟ କାର୍ଡ଼ ବାବଦ ଅର୍ଥ ପୈଠ କରିବା ଏବଂ ତତ୍ ସମ୍ବନ୍ଧୀୟ କିଛି ମେସେଜ ଯାଇଥିବାରୁ ଜିଲ୍ଲାପାଳ ଏହାର ତଦନ୍ତ କରିବା ପାଇଁ ନୟାଗଡ଼ ଏସପିଙ୍କୁ କହିଥିବା ଜଣାଯାଇଛି।