ନୂଆଦିଲ୍ଲୀ,ଏଜେନ୍ସି: ସଂସଦରେ ପାରିତ ହୋଇଥିବା ୩ଟି କୃଷି ବିଧେୟକକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଚାଷୀ ବିରୋଧ କରୁଥିବାବେଳେ ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହାକୁ ଅନୁମୋଦନ କରିଛନ୍ତି। ବିଶେଷକରି ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟର ଏହି କୃଷି ବିଧେୟକକୁ କୃଷକମାନେ ବିରୋଧ କରୁଛନ୍ତି। ଏଥି ସହିତ ବିରୋଧୀମାନେ ମଧ୍ୟ ଏହି ବିଲ୍ ଉପରେ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି।
ଏହି ବିଧେୟକ ୩ଟି ହେଉଛି- ‘ଚାଷୀଙ୍କ ଉତ୍ପାଦ ଓ ବ୍ୟବସାୟ ପ୍ରସାର ଓ ସୁବିଧା ବିଧେୟକ-୨୦୨୦, ଚାଷୀଙ୍କ ସଶକ୍ତୀକରଣ ଏବଂ ସୁରକ୍ଷା ଚୁକ୍ତି ବିଧେୟକ-୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିଧେୟକ-୨୦୨୦।