ଝାରସୁଗୁଡା,୨୫ା୯/ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୩୧ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୨ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୧୫ଜଣ, ଝାରସୁଗୁଡ଼ା ବ୍ଲକରୁ ୩ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୬ଜଣ, ଲଇକେରା ବ୍ଲକରୁ ୪ଜଣ, କୋଲାବିରା ବ୍ଲକରୁ ୧୦ଜଣ ଓ କର୍ମିରା ବ୍ଲକରୁ ୭ଜଣ ରହିଛନ୍ତି । ସମ୍ପୃକ୍ତ ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ଝାରସୁଗୁଡ଼ାର ୩ଜଣ ଭୁବନେଶ୍ୱର, କଟକ ଓ ବୁର୍ଲା ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୯୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୯୨୭ ଜଣ ସୁସ୍ଥ ହୋଇଛନ୍ତି ଓ ୧,୦୬୩ ଜଣଙ୍କ ଚିକିତ୍ସା ଜାରି ରହିଛି।