କଣ୍ଟେନମେଣ୍ଟ ଜୋନ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲା ଆରକ୍ଷୀ ଅଧିକାରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ କଣ୍ଟେନମେଣ୍ଟ ଜୋନରେ ସମସ୍ତ କଟକଣାକୁ କଟାକଡି ଭାବରେ ଲାଗୁ କରାଯାଇଛି। ଏହି ଅଞ୍ଚଳଗୁଡିକୁ ବାଡ ଲଗାଇ ସିଲ କରାଯାଇଥିବାବେଳେ ପୁଲିସ ପ୍ରହରା ଭିତରେ ରଖାଯାଇଛି। ତେବେ ଆଜି ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର କଣ୍ଟେନମେଣ୍ଟ ଜୋନ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ଏହି ଅଞ୍ଚଳକୁ ବାହରୁ ଯେପରି ଲୋକେ ଯାତାୟାତ ନକରନ୍ତି ବା କଣ୍ଟେନମେଣ୍ଟ ଜୋନର ଲୋକେ ବାହାରକୁ ନ ଯାଆନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି।