କଫ୍‌ ସିରପ୍‌ ଚୋରା ଚାଲାଣକାରୀ ସକ୍ରିୟ : ୧୮ ଶହ ବୋତଲ ଏସ୍‌ କଫ୍‌ ସିରପ୍‌ ଜବତ, ଜଣେ ଗିରଫ୍

ବଲାଙ୍ଗିର,ଏନ୍ଏନ୍ଏସ୍: ଜିଲ୍ଲାରେ ବେଆଇନ ଭାବେ କଫ୍‌ ସିରପ୍‌ ଚାଲାଣ ହେଉଛି। ପୁଲିସର କଡ଼ା ତନାଘନା ପରେ ବି କଫ୍‌ ସିରପ୍‌ ମାଫିଆମାନେ ସକ୍ରିୟ ରହିବା ସହରବାସୀଙ୍କୁ ଚକିତ କରୁଛି। ଆଜି ପୁଣି ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୁଲିସ ଦ୍ୱାରା ୧୮ ଶହ ବୋତଲ ଏସ୍‌ କଫ୍‌ ସିରପ୍‌ ଜବତ୍‌ ହୋଇଛି।

ପୁଲିସ ସୂଚନା ଅନୁସାରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ମାଲପଡ଼ା ନିବାସୀ ଜଗବନ୍ଧୁ ମେହେରକୁ କଫ୍ ସିରଫ୍ ଚାଲାଣ ଅଭିଯୋଗରେ କରାଯାଇଛି। ଏହି ସମୟରେ ପୁଲିସ ଅଭିଯୁକ୍ତ ଜଗବନ୍ଧୁ ଘରୁ ୧୮ ଶହ ବୋତଲ୍‌ ଏସ୍ ‌କଫ୍‌ ସିରପ୍‌ ଜବତ କରିବା ସହିତ ଚୋରା ଚାଲାଣରେ ବ୍ୟବହୃତ ମାରୁତି ଡିଜାଆର୍‌ ନଂ-ଓଡ଼ି-୦୨ବିବି-୨୨୩୪ ଗାଡ଼ିକୁ ଜବତ୍‌ କରିଛି। ଆସନ୍ତା କାଲି ଅଭିଯୁକ୍ତ ଜଗବନ୍ଧୁ ମେହେରକୁ କୋର୍ଟ ଚାଲାଣ କରାଯିବ।