ମୁମ୍ବାଇ,ଏଜେନ୍ସି: ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଅଭିନେତ୍ରୀ ପାୟଲ ଘୋଷଙ୍କ ସହ ଯୌନ ନିର୍ଯାତନା କରିଥିବାନେଇ ଅଭିଯୋଗ ହୋଇଛି। ପାୟଲ ଘୋଷ ଟୁଇଟ୍ କରି ଅନୁରାଗ କାଶ୍ୟପଙ୍କୁ ଅଭିଯୋଗ କରି କହିଛନ୍ତି, ଅନୁରାଗ କାଶ୍ୟପ ମୋ ସହ ଜୋରଜବରଦସ୍ତ କରି ଖରାପ ବ୍ୟବହାର କରିଥିଲେ। ଦୟାକରି ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏପରିକି ମୁଁ ଜାଣେ ସେମାନେ ବର୍ତ୍ତମାନ କ୍ଷତି ପହଞ୍ଚାଇ ପାରନ୍ତି, ତେଣୁ ମୋ ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି।
ତେବେ ପାୟଲ ଘୋଷଙ୍କ ଏହି ଅଭିଯୋଗ ଉପରେ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ଟୁଇଟ୍ କରି କହିଛନ୍ତି, ତୁମ ସହିତ ଯାହା ହୋଇଛି ସେ ସମ୍ପର୍କରେ ଆମକୁ ଲିଖିତ ଜଣାଅ. ତୁମର ଅଭିଯୋଗ ପରେ ଜାତୀୟ ମହିଳା ଆୟୋଗ ଏହି ପ୍ରସଙ୍ଗରେ ଦୃଷ୍ଟି ଦେବ ବୋଲି କହିଛନ୍ତି। ସେପଟେ ଅଭିଯୋଗ ପରେ ଅନୁରାଗ କଶ୍ୟପ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ମୋତେ ଚୁପ୍ କରିବାକୁ ଚେଷ୍ଟା କରିବାକୁ ଏତେ ସମୟ ଲାଗିଲା। କେହି ମୋ ଉପରେ ଏତେ ମିଛ ଅଭିଯୋଗ ଆଣିନାହାଁନ୍ତି। ମୁଁ କେବଳ କହିବି ତୁମର ସମସ୍ତ ଅଭିଯୋଗ ଭିତ୍ତିହୀନ।
ଏହି ମାମଲାରେ କଙ୍ଗନା ରଣାୱତ ପୀଡିତା ଅଭିନେତ୍ରୀ ପାୟଲ ଘୋଷଙ୍କୁ ସମର୍ଥନ କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ଅନୁରାଗ କାଶ୍ୟପଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।