ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ଅବସରରେ ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ସମେତ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ଆଉ ଏହାର ଜବାବ ଦେବାକୁ ଯାଇ ମୋଦୀ ବି କୋହଲୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ବିରାଟ ଓ ଅନୁଷ୍କା ପିତାମାତା ହେବାକୁ ଯାଉଥିବାରୁ ମୋଦୀ ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି। ଆଉ ଆଗାମୀ ଦିନରେ ସେ ଦୁହେଁ ଭଲ ପିତାମାତା ହେବେ ବୋଲି ମୋଦୀ କହିଛନ୍ତି।
