ମୁମ୍ବାଇରେ ପୁଣି ସେପ୍ଟେମ୍ବର ୩୦ ତାରିଖ ଯାଏ ୧୪୪ ଧାରା ଜାରି

ମୁମ୍ବାଇ,ଏଜେନ୍ସି: କରୋନା ଭାଇରସ ମହାମାରୀ ପୁଣି ଥରେ ମୁମ୍ବାଇକୁ ଡରାଇଛି। ଏନେଇ ପୁଣି ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି। ଏହି ଆଦେଶ ଆସନ୍ତା ୩୦ ତାରିଖ ଯାଏଁ ବଳବତ୍ତର ରହିବ। ମୁମ୍ବାଇରେ କରୋନା ପଜିଟିଭ ସଂଖ୍ୟା ପୁଣି ଥରେ ବଢ଼ିଥିବାରୁ ଏଭଳି ନିଷ୍ପତ୍ତି ହୋଇଛି।

ଏହି ସମୟରେ ଲୋକେ ଏକକାଳୀନ ୪ ଜଣରୁ ଅଧିକ ବୁଲିପାରିବେ ନାହିଁ। ସେହିଭଳି ବିନା କାରଣରେ ରାତିରେ ବୁଲିବାକୁ ମଧ୍ୟ ମନା କରିଦିଆଯାଇଛି। ସୂଚନାଯୋଗ୍ୟ, ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତିମାନେ ଯାତାୟାତ କରିପାରିବେ। ଗଣମାଧ୍ୟମର ପ୍ରତିନିଧି, ବ୍ୟାଙ୍କ କର୍ମଚାରୀ, ପରିବା ବିକାଳି, ଗ୍ରୋସରି ଦୋକାନୀ, ହସ୍ପିଟାଲ, ଟେଲିଫୋନ, ଇଣ୍ଟରନେଟ, ବିଦ୍ୟୁତ, ପେଟ୍ରୋଲ ପମ୍ପ, ସେବି, ଷ୍ଟକ ଏକ୍ସଚେଞ୍ଜ, ବନ୍ଦର ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଯାତାୟାତ ପାଇଁ ଅନୁମତି ରହିଛି।
ସେହିପରି ଆଦିତ୍ୟ ଠାକରେ ଏହି ଆଦେଶ ଆସିବା ପରେ ଟୁଇଟ କରି କହିଛନ୍ତି ଯେ, ଚିନ୍ତା ହେବାର କୌଣସି କାରଣ ନାହିଁ।