ସ୍କୁଲ ନିକଟରେ ଲ୍ୟାଣ୍ଡମାଇନ ଉଦ୍ଧାର କଲା ସିଆରପିଏଫ୍

ମାଲକାନଗିରି,ଏନ୍ଏନ୍ଏସ୍: ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲା କୋଣ୍ଟା ଥାନା ମୁରଲିଗୁଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲଗାଇଥିବା ଲ୍ୟାଣ୍ଡମାଇନକୁ ଆଜି ସିଆରପିଏଫ୍ ଜବାନମାନେ ଉଦ୍ଧାର କରିଛନ୍ତି । ୨୧୭ ସିଆରପିଏଫ୍ ବାଟାଲିଆନର ଯବାନ ଆଜି ଅପରେସନ ପାଇଁ ଯାଇଥିବାବେଳେ ରାସ୍ତାରେ ଏକ ତାର ଦେଖିବାକୁ ପାଇଥିଲେ। ଏହାପରେ ମେଟାଲ ଡିଟେକ୍ଟର ଦ୍ୱାରା ସର୍ଚ୍ଚ କରିବାରୁ ସେଠାରୁ ଲ୍ୟାଣ୍ଡମାଇନଟିକୁ ଠାବ କରିଥିଲେ। ୫ କେଜି ଓଜନର ଏହି ଲ୍ୟାଣ୍ଡମାଇନକୁ ସିଆରପିଏଫ ଯବାନମାନେ ନିଷ୍କ୍ରିୟ କରିଛନ୍ତି ।