ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ହିମାଚଳ ଝିଅ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଠାକୁର ଟ୍ୱିଟ କରି କହିଛନ୍ତି ଯେ, ହିମାଚଳ ଝିଅ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରାଯିବନି। ମହାରାଷ୍ଟ୍ର ସରକାର ରାଜନୈତିକ ପ୍ରତିଶୋଧ ନେବା ଆଳରେ କଙ୍ଗନାଙ୍କ ସହ ଯେଉଁ ଅତ୍ୟାଚାର କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଆମ ସରକାର ଓ ଦେଶର ଜନତା ଏହି ଘଟଣାକ୍ରମରେ କଙ୍ଗନାଙ୍କୁ ସମର୍ଥନ କରିବ।
