ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଗ୍ରାମରୁ ୬୯ କରୋନା ପଜିଟିଭ ଚିହ୍ନଟ

ରାମନାଗୁଡ଼,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକରୁ ୬୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଗୋଗୁପାଡ଼ୁ ଗ୍ରାମରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟପାଖ ଅଞ୍ଚଳର ବିଭିନ୍ନ ଗ୍ରାମରେ ମଧ୍ୟ ସଂକ୍ରମିତ ରହିଥିବା ଜଣାପଡ଼ିଛି। ସେହିପରି ପ୍ରଶାସନ ପକ୍ଷରୁ ଗତକାଲି ଗୋଗୁପାଡୁ ପଞ୍ଚାୟତରେ ଆଣ୍ଟେଜେନ ଟେଷ୍ଟିଂ କରାଯିବାଫଳରେ ଗୋଗୁପାଡୁ ଗ୍ରାମରୁ ୬୬ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ସମ୍ପୃକ୍ତ ଆକ୍ରାନ୍ତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଗୋଗୁପାଡ଼ୁ ଗ୍ରାମ ସମେତ ଗୋଗୁପାଡ଼ୁ କୁଡ଼ିଆ ଓ ଗୋଗୁପାଡ଼ୁ ପଂଚାୟତ କାର୍ୟ୍ୟାଳୟକୁ ସାନିଟାଇଜ କରାଯାଇଛି। ବର୍ତ୍ତମାନ ରାମନାଗୁଡା ବ୍ଲକରେ ୨୫୨ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସ୍ବାବ ପରୀକ୍ଷା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଥିବାରୁ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।