ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ନିଶ୍ଚିନ୍ତପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଜଣେ ଜାଲ ବିଇଡ଼ି ପ୍ରମାଣପତ୍ର ଦେଇ ଚାକିରି କରିଥିବାରୁ ଆଜି ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇଛି। ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଯୁବକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିସ ଥାନା ଡୁମୁକିଆ ଗ୍ରାମର ଦେବାଶିଷ ସେନାପତି। ସେ ୨୦୧୮ ମସିହା ଏପ୍ରିଲରୁ ପାଟଣା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ଅଧୀନରେ ନିଶ୍ଚିନ୍ତପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ଭାବେ କର୍ଯ୍ୟ କରୁଛନ୍ତି। ତାଙ୍କ ବିଇଡି ସାର୍ଟିଫିକେଟଟି ବୁନ୍ଦେଲ ଖଣ୍ଡ ବିଶ୍ୱବିଦ୍ୟାଳୟ ଝାନସି ଉତ୍ତରପ୍ରଦେଶ କରିଥିବାବେଳେ ସାର୍ଟିଫିକେଟ ନକଲି ବୋଲି ଜଣାପଡିଛି।