Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସୁସ୍ଥ ସଂଖ୍ୟାରେ ରେକର୍ଡ କଲା ଓଡିଶା, ଗୋଟିଏ ଦିନରେ ୪୦୫୩ ଆରୋଗ୍ୟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସୁସ୍ଥ ସଂଖ୍ୟାରେ ରେକର୍ଡ କଲା ଓଡିଶା, ଗୋଟିଏ ଦିନରେ ୪୦୫୩ ଆରୋଗ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ସୁସ୍ଥ ସଂଖ୍ୟାରେ ରେକର୍ଡ ଭାଙ୍ଗିଛି ଓଡିଶା।  ଆଜି ସର୍ବାଧିକ ୪୦୫୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୭୭୨୮୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ରାୟଗଡା ଜିଲ୍ଲାରୁ ୬୦୮ଜଣ ସୁସ୍ଥହୋଇଥିବାବେଳେ କଟକରୁ ୪୬୮ଜଣ ଆରୋଗ୍ୟ ହୋଇଛନ୍ତି। ଖୋର୍ଦ୍ଧାରୁ ୩୭୦ଜଣ, ଯାଜପୁରରୁ ୩୩୯, ଗଞ୍ଜାମରୁ ୨୩୩, ସୁନ୍ଦରଗଡରୁ ୨୧୭, କୋରାପୁଟରୁ ୧୭୫, ଭଦ୍ରକରୁ ୧୭୨, କଳାହାଣ୍ଡିରୁ ୧୬୫, ପୁରୀରୁ ୧୪୪, ନୟାଗଡରୁ ୧୪୧, ମୟୁରଭଞ୍ଜରୁ ୧୨୮, ମାଲକାନଗିରିରୁ ୧୨୦, ବରଗଡରୁ ୧୦୦, ସମ୍ବଲପୁରରୁ ୯୨, ବାଲେଶ୍ୱରରୁ ୮୩, କନ୍ଧମାଳରୁ ୭୯, ଢେଙ୍କାନାଳରୁ ୬୬, ବଲାଙ୍ଗିରରୁ ୬୨, ନବରଙ୍ଗପୁରରୁ ୫୨, କେନ୍ଦ୍ରାପଡାରୁ ୫୦, ଗଜପତିରୁ ୪୮, ଜଗତସିଂହପୁର ଓ ଝାରସୁଗୁଡାରୁ ୩୫ ଜଣ ଲେଖାଏଁ, କେନ୍ଦୁଝରରୁ ୨୯, ଦେବଗଡ ଓ ସୋନପୁରରୁ ୧୩ଜଣ ଲେଖାଏଁ, ନୂଆପଡାରୁ ୯ଜଣ, ବୌଦ୍ଧରୁ ୬ ଓ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।