ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଶିଶୁ କନ୍ୟା ଜନ୍ମ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବାଜର ସ୍ଥିତ କୋଭିଡ ହସ୍ପିଟାଲରେ ଗତକାଲି ରାତିରେ ଜଣେ ଶିଶୁ କନ୍ୟା ଜନ୍ମ ହୋଇଛି।ଆଉ ଏବେ ଉଭୟ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି। ଡା. ଦେବେନ୍ଦ୍ର ନାୟକ ଓ ଡାକ୍ତରୀ ଦଳ ସଫଳତାର ସହ ଏହି ପ୍ରସବ କରାଇଥିଲେ। ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଶିଶୁ ଜନ୍ମର ଏହା ହେଉଛି ଦ୍ଵିତୀୟ ଘଟଣା।