ବରଗଡ଼,ଏନ୍ଏନ୍ଏସ୍: ଆଉ ଦିନ କେଇଟା ପରେ ସମଗ୍ର ପଶ୍ଚିମ ଓଡ଼ିଶାରେ ପାଳନ ହେବ ଗଣପର୍ବ ନୂଆଖାଇ। ଏହିପର୍ବ ପାଳନ ପୂର୍ବରୁ ‘ସମ୍ବିଧାନ ସୁରକ୍ଷା ମଞ୍ଚ’ ଏବଂ ‘ଶୁଦ୍ର ମୁକ୍ତି’ ଅଭିଯାନ ପକ୍ଷରୁ ବରଗଡ଼ ସହରରେ ଯୋଟ୍ ଜାଟ୍ ମିଳନ ପର୍ବ ଅନୁଷ୍ଠିତ ହୋଇଛି। ସମ୍ବିଧାନ ସୁରକ୍ଷା ମଞ୍ଚ ଏବଂ ଶୁଦ୍ରମୁକ୍ତି ଅଭିଯାନ ତରଫରୁ ସହରର ବହୁ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ନୂଆ ବସ୍ତ୍ର, ଧାନ, କୁରେପତ୍ର, ଚାଉଳ, ଡାଳି, ପନିପରିବା ସହ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ଏହି ଅବସରରେ ଆବାହକ ପବିତ୍ର ଦେହୁରୀ ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ଗୁରୁଦ୍ୱାରା ପ୍ରବନ୍ଧନ କମିଟିର ସଭାପତି ସୁଖୱନ୍ତ ସିଂ, ଯୁବନେତା ନିପନ ଦାଶ, କାଶମୀର ସିଂହ, ହାଜି ନସିମ ଅନସାରୀ, କୃଷକ ନେତା ଲିଙ୍ଗରାଜ, ଅଲିମ ରିଜୱି, ଆଇନଜୀବୀ ରମେଶ ପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଅସହାୟଙ୍କୁ ସାହାର୍ଯ୍ୟ କରିଥିଲେ। ଏଥିରେ ଭବାନୀ ପ୍ରସାଦ ସାହୁ, ମାରିୟମ ବାର୍ଲା, ଟିକେଶ୍ୱରୀ ଛତର, ବାସମତୀ ବନଛୋର, ଯଶୋବନ୍ତୀ ପୋଢ଼, କବିତା ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ।