ଜୟପୁର, ଏନ୍ଏନ୍ଏସ୍: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବୈପାରିଗୁଡ଼ା ପୁଲିସ ଜଣକୁ ଗିରଫ କରି ତା ନିକଟରୁ ୧୫୧ କେଜି ଗଞ୍ଜେଇ ଜବତ କରିଥିବା ପ୍ରବେସନାରୀ ଡିଏସପି ଅଂଶୁମାନ ଦ୍ୱିବେଦୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ବୈପାରିଗୁଡା ଥାନା ଚିକିମା ଗ୍ରାମର କୃଷ୍ଣ ଚନ୍ଦ୍ର ବିଷୋୟୀ ବୋଲି ଜଣାପଡ଼ିଛି। ସେ ମାଛକୁଣ୍ଡ ଥାନା ଅନକାଡେଲିରୁ ଜୟପୁରକୁ ଏକ ଅଟୋରେ ଗଞ୍ଜେଇ ନେଇ ଯାଉଥିବାବେଳେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।