କାଶ୍ମୀର,ଏଜେନ୍ସି: ଜାମ୍ମୁ-କାଶ୍ମୀରର ବାରାମୁଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ବାରାମୁଲ୍ଲା ଜିଲ୍ଲାର କେରି ଅଞ୍ଚଳରେ ସିଆରପିଏଫ୍ ଏବଂ ପୁଲିସର ମିଳିତ ଟିମ୍ ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଏନେଇ ଜାମ୍ମୁ-କାଶ୍ମୀର ପୁଲିସ ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାର ସୂଚନା ଦେଇଛନ୍ତି।
ଏହି ଆକ୍ରମଣରେ ଜାମ୍ମୁ-କାଶ୍ମୀର ପୁଲିସର ଜଣେ ଏସପିଓ ଅଧିକାରୀ ଏବଂ ଦୁଇ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣ ପରେ ତୁରନ୍ତ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ ସେନା ପକ୍ଷରୁ କର୍ଡନ କରାଯାଇଛି।