ପୋଖରୀରେ ବୁଡ଼ି ଜଣେ ମୃତ

ଝାରସୁଗୁଡ଼ା,ବ୍ରଜରାଜନଗର,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସାନଯେବ ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ମହେଶ୍ୱର ଲୁହାର(୪୩)। ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ଅପରାହ୍ଣରେ ମହେଶ୍ୱର ତାଙ୍କର ୨ଜଣ ସାଙ୍ଗଙ୍କ ସହ ପୋଖରୀକୁ ଗାଧେଇବାକୁ ଯାଇଥିବା ସମୟରେ ହଠାତ ପାଣି ଭିତରକୁ ପଶି ଯାଇଥିଲେ। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଏନେଇ ସେମାନେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀମାନେ ଓରିଏଣ୍ଟ ଥାନାକୁ ଖବର ଦେବାପରେ ଥାନାଧିକାରୀ ବୈକୁଣ୍ଠ ବିହାରୀ ସେଠ, ପୁଲିସ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମହେଶ୍ୱରଙ୍କ ମୃତଦେହ ଉଦ୍ଧାର କରଥିଲେ। ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିବା ସହ ଓରିଏଣ୍ଟ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।