Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାୟଗଡ଼ାରୁ ୧୫୨ କରୋନା ପିଜିଟିଭ ଚିହ୍ନଟ: ଚନ୍ଦ୍ରପୁରରେ ସର୍ବାଧିକ ୬୦ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାୟଗଡ଼ାରୁ ୧୫୨ କରୋନା ପିଜିଟିଭ ଚିହ୍ନଟ: ଚନ୍ଦ୍ରପୁରରେ ସର୍ବାଧିକ ୬୦

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଦିନକରେ ୧୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କେବଳ ଚନ୍ଦ୍ରପୁରରୁ ୬୦ ଜଣେ ରହିଛନ୍ତି। ଫଳରେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୫ ହୋଇଥିବାବେଳେ ୮୧୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୫୦୪ ଜଣ ଚିକିତ୍ସିତ ହେଉଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅସ୍ଥାୟୀ ସ୍ୱାସ୍ଥକେନ୍ଦ୍ରରୁ ୯୦ଜଣ, ଘରୋଇ ସଙ୍ଗରୋଧରୁ ୬୨ଜଣ, ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୬୯ଜଣ ଆକ୍ରାନ୍ତ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬ ଜଣ ପୁରୁଷ ଓ ୩୬ ଜଣ ମହିଳା ରହିଥିବା ଜଣାପଡ଼ିଛି। ଏଥିସହିତ ସ୍ୱାସ୍ଥ୍ୟ ବିଭାଗର ୬ ଜଣ, ସିଆରପିଏଫ ଯବାନ ୨୦ଜଣ ଓ ଜଣେ ପୁଲିସ କର୍ମଚାରୀ ଅଛନ୍ତି। ଆଉ ରାୟଗଡ଼ା ସହରରୁ ୫୨, ଗ୍ରାମାଞ୍ଚଳରୁ ୩୦ ଏବଂ ଗୁଡ଼ାରୀରୁ ୧୦ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ ପ୍ରଶାସନ ତରଫରୁ କୋଭିଡ କେୟାର ହୋମ, କୋଭିଡ କେୟାର ସେଣ୍ଟର ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୧୧ଟି ବ୍ଲକରେ ସ୍ୱତନ୍ତ୍ରଭାବେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ଅଧିକାରୀମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କ ସହ ଆଲୋଚନା କରି କାର୍ଯ୍ୟପନ୍ଥା ସ୍ଥିର କରିବେ। କରୋନା ସଂକ୍ରମଣ ଯେପରି ନିୟନ୍ତ୍ରିତ ରହିବ ସେନେଇ ପ୍ରଶାସନ ତରଫରୁ ସମଗ୍ର ଜିଲ୍ଲାରେ ଉଦ୍ୟମ ଆରମ୍ଭ ହୋଇଯାଇଛି। ଏଥିସହିତ ଲୋକଙ୍କୁ ସଚେତନ କରାଯିବା ସହ ନିଷିଧାଞ୍ଚଳ ଘୋଷଣା ହୋଇଥିବା ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷଣ ନଜର ରଖାଯାଇଥିବା ସୂଚନା ମିଳିଛି।