ତୁମୁଡ଼ିବନ୍ଧରେ ୬ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ତୁମୁଡ଼ିବନ୍ଧ,ବେଳଘର,ଏନ୍ଏନ୍ଏସ୍: ତୁମୁଡ଼ିବନ୍ଧ ବ୍ଲକରେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଡିଓ ଅଗସ୍ତି ପ୍ରଧାନ, ତହସିଲଦାର ଏମ ଅନୁରାଧା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ଅଭିଷେକ ନାୟକ ଗାଁଗାଁ ବୁଲି ସଚେତନତା କରିବା ସହ ସଂକ୍ରମିତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୬୫ ଜଣ ଚିହ୍ନଟ ହୋଇଥିବାବେଳେ ୨୧୩ଜଣ ସୁସ୍ଥ ହୋଇ ଫେରିଛନ୍ତି। ମାତ୍ର ଜଣକର ମୃତ୍ୟୁ ହୋଇଛି। ଜିଲ୍ଲାରେ କରୋନା ହେଲ୍ପଲାଇନ ନମ୍ବର ଜାରି କରିବାସହ ସ୍ୱାସ୍ଥ୍ୟ ପରାମର୍ଶ ନେବାପାଇଁ ଟେଲି ମେଡିସିନ ସେବା ନେବା ନିମନ୍ତେ ଦୁଇଟି ନମ୍ବର ଜାରି କାରାଯାଇଛି । ନମ୍ବର ଦୁଇଟି ହେଲା ୭୬୫୫୦୫୧୦୯୩, ୭୬୫୫୦୫୧୧୫୧।