ପୁଲିସ ଗୁଳିରେ ପୁଣି ଜଣେ ମାଓବାଦୀ ନିହତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପଣସପୁଟ ପଞ୍ଚାୟତ ଆନ୍ଧ୍ରପ୍ରଦେଶ ସୀମାନ୍ତ ଦିଗଜାନବାଇ ନିକଟସ୍ଥ ଜଙ୍ଗଲରେ ଆଜି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଆନ୍ଧ୍ରପ୍ରଦେଶ ଗ୍ରେ ହାଉଣ୍ଡ ଓ ମାଲକାନଗିରି ଜିଲ୍ଲାର ଏସଓଜି ଓ ଡିଭିଏଫର ମିଳିତ କୁମ୍ବିଂ ଅପରେସନ ବେଳେ ଏହି ଗୁଳି ବିନିମୟ ଘଟିଥିଲା। ତଲାସିବେଳେ ଗୋଟିଏ ଥ୍ରୀ ନଟ୍ ଥ୍ରୀ ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଳି ବିନିମୟ ଘଟଣାକୁ ମାଲକାନଗିରି ଏସପି ରିଷିକେଶ ଡି ଖିଲାରୀ ସ୍ୱୀକାର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ସବିଶେଷ ତଥ୍ୟ ଆସିନଥିବା କହିଛନ୍ତି।