ଚୋରାକାଠ ସହ ୩ ବାଇକ ଜବତ : ଅଭିଯୁକ୍ତ ଫେରାର

ଦେବଗଡ଼,ଏନ୍ଏନ୍ଏସ୍ : ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଅନେକ କାର୍ୟ୍ୟକ୍ରମ କରାଯାଉଥିଲେ ମଧ୍ୟ କିଛି କାଠ ମାଫିଆଙ୍କ ଅର୍ଥ ଲାଳସା ଯୋଗୁ ଅବାଧ ଗଛ କଟା ଜାରି ରହିଛି। ଏଭଳି ଘଟଣା ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ କୁଣ୍ଡେଇଗୋଳା ସେକ୍ସନ ଅନ୍ତର୍ଗତ କୁସୁମପାଳ ଜଙ୍ଗଲ ଅଞ୍ଚଳରେ ସାମ୍ନାକୁ ଆସିଛି। ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି କି, ସଙ୍ଗାପୋସି ବିଟ ଅଧୀନସ୍ଥ କୁସୁମପାଳ ଜଙ୍ଗଲ ମଧ୍ୟରେ କୁଣ୍ଢେଇଗୋଳା ଫରେଷ୍ଟର ପ୍ରୀତମ କୁମାର ସାହୁ ଓ ବନରକ୍ଷୀ କାର୍ତ୍ତିକେଶ୍ୱର ପ୍ରଧାନ ଜଙ୍ଗଲ ସୁରକ୍ଷା ସ୍କ୍ୱାର୍ଡ ସହ ପେଟ୍ରୋଲିଂ କରୁଥିବା ସମୟରେ ବାଇକ ଚକର ଚି଼ହ୍ନ ଦେଖି ଉକ୍ତ ରାସ୍ତାରେ ଯାଇଥିଲେ। ପେଟ୍ରୋଲିଂ ଗାଡ଼ିକୁ ଦେଖି କାଠ ଚୋରମାନେ ୩ଟି ବାଇକ ସହ ୩୭ଖଣ୍ଡ ଚଉକାଠ ଛାଡ଼ି ଫେରାର ହୋଇଯାଇଥିଲେ। ପରେ ବନ କର୍ମଚାରୀ ଏଗୁଡ଼ିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।