ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର ଭାରତ-ଚୀନ ମଧ୍ୟରେ ପଶ୍ଚିମ ସୀମା ନିକଟବର୍ତ୍ତୀ ଏଲଏସିକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ସମୀକ୍ଷା ହୋଇଛି। ବୈଦେଶିକ ମନ୍ତ୍ରାଳୟ ସଂଯୁକ୍ତ ସଚିବ(ପୂର୍ବ ଏସିଆ) ନବୀନ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଚୀନ ସହ ଏହି ଆଲୋଚନା ହୋଇଥିଲା। ଦୁଇଦେଶ ମଧ୍ୟରେ ଶାନ୍ତି ଆଣିବାକୁ ଏବଂ ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିବାକୁ ହେଲେ ଯଥାଶୀଘ୍ର ସୀମାରୁ ସମ୍ପୂର୍ଣ୍ଣ ଭାବରେ ସୈନ୍ୟ ଅପସାରଣ କରିନେବା ଦରକାର ବୋଲି ଭାରତ ପକ୍ଷରୁ କୁହାଯାଇଛି। ୧୯୯୩ରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ଅନୁଯାୟୀ, ଏଲ୍ଏସି ନିକଟରେ ଉଭୟ ଦେଶ ସେମାନଙ୍କ ସେନାକୁ ଆପଣା ସୀମା ଭିତରେ ରଖିବେ।