ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୧କୁ ବୃଦ୍ଧି ପାଇଛି।
ଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ ମାଲକାନଗିରି ପୌର ପରିଷଦ ଅଞ୍ଚଳର ଓ ୩ଜଣ ବାଲିମେଳା ଏନଏସିର ହୋଇଥିବା ଜଣାପଡ଼ିଛି। ମାଲକାନଗିରି ପୌର ପରିଷଦ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ଅନ୍ୟଜଣେ କ୍ଲିନିକ ଯିବା ପରେ ଲକ୍ଷଣ ଦେଖା ଦେଇଥିଲା। ବାଲିମେଳାର ୩ଜଣ ଏଆଇଏମଏସରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୧ରେ ପହଞ୍ଚିଛି। ସେଥିମଧ୍ୟରୁ ୧୯୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୮୫ଜଣ ଚିକିତ୍ସିତ ହେଉଛନ୍ତି।