ମୁମ୍ବଇ,ଏଜେନ୍ସି: ଦେଶର ୨ଟି ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରି ୧୨ଟା ୨୬ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ଭୂକମ୍ପର ରିକ୍ଚର ସ୍କେଲରେ ତୀବ୍ରତା ୩.୧ ରହିଥିଲା।
ସେହିପରି ଜାମ୍ମୁ- କାଶ୍ମୀରର କତ୍ରା ଅଞ୍ଚଳରେ ଆଜି ଭୋର ୫ଟା ୧୧ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେଠାରେ ରିକ୍ଟର ସ୍କେଲରେ ତୀବ୍ରତା ୩.୦ ରେକର୍ଡ କରାଯାଇଛି। ଗତ କିଛିଦିନ ମଧ୍ୟରେ ଦିଲ୍ଲୀ-ଏନସିଆର, ଜାମ୍ମୁ-କାଶ୍ମୀର, ମଣିପୁର, ଗୁଜୁରାଟ, ରାଜସ୍ଥାନ, ହିମାଚଳ ପ୍ରଦେଶରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେଉଛି। ଏନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।