ମାସ୍କ ପିନ୍ଧିନଥିବାରୁ ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା କଲା ପୁଲିସ୍

ହାଇଦ୍ରାବାଦ,ଏଜେନ୍ସି: କୋଭିଡ ନିୟମର ଅବମାନନା କରି ମାସ୍କ ନପିନ୍ଧି ଘରୁ ବାହାରକୁ ବାହାରିଥିବାରୁ ଜଣେ ଦଳିତ ଯୁବକଙ୍କୁ ପୁଲିସ ପିଟିପିଟି ମାରିଦେଇଛି। ଏହି ଘଟଣା ଚିରଳା ସହର ଅନ୍ତର୍ଗତ ଗୁଣ୍ଟୁର ଥାନା ଅଞ୍ଚଳରେ ୧୮ତାରିଖରେ ଘଟିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି। ଯୁବକଙ୍କର ନାମ କିରଣ କୁମାର ବୋଲି ଜଣାପଡ଼ିଛି। ଏହି ଘଟଣାରେ ମାମଲା ରୁଜୁ କରାଯାଇଥିବା ଜିଲ୍ଲା ପୁଲିସ ଅଧିକାରୀ ସିଦ୍ଧାର୍ଥ କୌଶଲ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ମୃତ ଯୁବକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା ସହ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।